TOLL FREE NUMBER
1800 4198 404

ଏଡୁଫେଷ୍ଟ -2K19

ପ୍ରଥମ ବର୍ଷର କଳା ଛାତ୍ରଛାତ୍ରୀ ମାନେ ‘ସହଜରେ ଶିକ୍ଷାଦାନ ’ ପ୍ରସଙ୍ଗକୁ ନେଇ ଖେଳ ଖେଳରେ ଛାତ୍ର ଛାତ୍ରୀ ଙ୍କୁ କିପରି ଶିକ୍ଷା ପ୍ରତି ପ୍ରଭାବିତ କରାଯାଇପାରିବ, ସେଥିପ୍ରତି ଧ୍ୟାନ ଦେଇ ଅନେକ ପ୍ରକାରର ପ୍ରକଳ୍ପ ପ୍ରସ୍ତୁତ କରିଥିଲେ । ସାହିତ୍ୟ, ବିଜ୍ଞାନ, ଇତିହାସ , ଭୂଗୋଳ ପ୍ରଭୃତି ବିଷୟକୁ ନେଇ ସୁନ୍ଦର ପ୍ରକଳ୍ପ ସବୁ ତିଆରି କରି କଲେଜ କର୍ତ୍ତ୍ରୁପକ୍ଷ ଙ୍କ ଠାରୁ ଉଚ୍ଚ ପ୍ରଶଂସିତ ହୋଇଥିଲେ । କଲେଜର ଚେୟାରମ୍ୟାନ ଶ୍ରୀଯୁକ୍ତ ଆନନ୍ଦ ଅଗ୍ରୱାଲ ଏବଂ ଅଧ୍ୟକ୍ଷ ଶ୍ରୀଯୁକ୍ତ ମହେଶ୍ଵର ପ୍ରସାଦ ମିଶ୍ର ଏହି କାର୍ଯ୍ୟ କ୍ରମକୁ ଉଦ୍ଦଘାଟନ କରି ପିଲାମାନଙ୍କୁ ପ୍ରତ୍ସାହନ ଦେଇଥିଲେ । ଅଧ୍ୟାପକ ସୌଭାଗ୍ୟ ରଞ୍ଜନ ମହାପାତ୍ର ଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ସଫଳ ହୋଇପାରିଥିଲା ।